୨୦୦ଫୁଟ ଖାଇକୁ ଖସିଲା ବସ୍, ୭ଜଣଙ୍କ ମୃତ୍ୟୁ
ମହାକୁମ୍ଭରୁ ଫେରିବା ବେଳେ ଅଘଟଣ । ୨୦୦ଫୁଟ ଖାଇକୁ ଖସିଲା ବସ୍ । ୭ଜଣଙ୍କ ମୃତ୍ୟୁ ୧୫ ଆହତ । ମହାରାଷ୍ଟ୍ର ନାସିକ-ଗୁଜରାଟ ହାଇୱେରେ ଘଟିଛି ଅଘଟଣ । ବସ୍ ସାପୁତାରାର ମାଲେଗାଁ ଘାଟି ନିକଟରେ ଓଲଟି ପଡିଛି । ଖବର ମୁତାବକ, ଆଜି ସକାଳୁ ନାସିକ-ସୁରତ ହାଇୱେରେ ସାପୁତାରା ଘାଟ ନିକଟରେ ଏକ ପ୍ରାଇଭେଟ ବସ୍ ୨୦୦ ଫୁଟ ଗଭୀର ଖାଇକୁ ଖସିପଡିଥିଲା । ବସ୍ ଯାତ୍ରୀ ମହାକୁମ୍ଭରୁ ସ୍ନାନ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାରେ ୭ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ତେବେ ବସଟି ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡିଥିବା ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ।
