କୋଣାର୍କ ଜୁଣେଇ ଛକ ବଂଶୀବଜାରରେ ମର୍ମନ୍ତୁଦ ଦୁର୍ଘଟଣା

ମର୍ମନ୍ତୁଦ ଦୁର୍ଘଟଣା, ୨ଜଣଙ୍କ ମୃତ୍ୟୁ

କୋଣାର୍କ ଜୁଣେଇ ଛକ ବଂଶୀବଜାରରେ ମର୍ମନ୍ତୁଦ ଦୁର୍ଘଟଣା । ପୋଖରୀ ଭିତରକୁ ପଶିଗଲା କାର୍, ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତାହତ ବାଲେଶ୍ୱରର ହୋଇଥିବା ସୂଚନା ମିଳିଛି । କୋଣାର୍କରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତି ଗୋଟାଏରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକ ହେଲେ ଜଳେଶ୍ବର ଦାନ୍ତୁଣି ଗାଁର ସନାତନ ସେନାପତି ଓ ନିମାପଡ଼ା ଗୁହାଳ ପଡାର ସନ୍ଦୀପ ମହାପାତ୍ର। ପୁର୍ତ୍ତ ବିଭାଗ ରାସ୍ତା କାମ ଚାଲୁଥିବା ବେଳେ ରାସ୍ତା ଉପରେ ପିଚୁ ଗାଡି ରହିଥିବାରୁ ଏଭଳି ମର୍ମନ୍ତୁଦ ଦୃଘଟଣା ଘଟିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ମୃତକ ଓ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।