୨ ଛାତ୍ରୀଙ୍କୁ ଧକ୍କାଦେଲା ହାୱା
ଯାଜପୁର ରୋଡ ଦାନଗଦି ବୁଦ୍ଧରାଜ ବିଦ୍ୟାପୀଠ ନିକଟରେ ଭୟଙ୍କର ଦୁର୍ଘଟଣା । ୨ ଛାତ୍ରୀଙ୍କୁ ଧକ୍କାଦେଲା ହାୱା। ଆହତ ୨ ଛାତ୍ରୀ ହେଲେ ଅର୍ଚ୍ଚିତା ବେହେରା ଓ ଝରଣା ବହେରା। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ନବମ ଶ୍ରେଣୀର ପଢ଼ୁଥିଲେ ବୋଲି ଜଣାଯାଇଛି। ସୂଚନା ଅନୁସାରେ ସ୍କୁଲ ପାଇଁ ସାଇକେଲ ନେଇ ବାହାରିଥରଲେ ୨ ସାଙ୍ଗ । ବାଟରେ ଦୁଇ ଜଣ ଗପସପ କରି ଚାଲିଥିଲେ। ଯାଜପୁର ରୋଡ ଥାନା ଦାନଗଦି ବୁଦ୍ଧରାଜ ବିଦ୍ୟାପୀଠ ନିକଟରେ ଏକ ହାଇୱା ଆସି ୨ ଛାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ୨ ଛାତ୍ରୀ ଆହତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅର୍ଚ୍ଚିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଭଙ୍ଗା ରୁଜା କରିବା ସହ ଯାଜପୁର ରୋଡ- କଳିଙ୍ଗନଗର ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଗାଡ଼ି ଛାଡି ପଳାଇଯାଇଥିବା ଜଣାଯାଇଛି।
