ଡିଭାଇଡର ଉପରେ ଚଢ଼ିଗଲା କାର

ଡିଭାଇଡର ଉପରେ ଚଢ଼ିଗଲା କାର, ୨ ଗୁରୁତର

ଡିଭାଇଡର ଉପରେ ଚଢ଼ିଗଲା କାର, ୨ ଗୁରୁତର । ଭୁବନେଶ୍ବର ଅଶ୍ଵିନୀ ହସ୍ପିଟାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ କାର୍ ଗତକାଲି ରାତିରେ ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗି ଡିଭାଇଡର ଉପରକୁ ଚଢିଯାଇଥିଲା । ଏଥିରେ କାରରେ ଥିବା ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଡିଟି କୋଲକାତା ଅଞ୍ଚଳର ବୋଲି ଜଣାପଡିଛି। ବର୍ତ୍ତମାନ ପର୍ୟ୍ୟନ୍ତ ଆହତଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।