ଦୁର୍ଘଟଣାରେ ୨ ମୃତ, ୧୩ ରୁ ଊର୍ଦ୍ଧ୍ବ ଆହାତ

ଓଲଟିଲା ଡାଲା ଅଟୋ: ୨ ମୃତ, ୧୩ ଆହାତ

ଚକା ଫାଟି ଓଲଟିଲା ଡାଲା ଅଟୋ । ଦୁର୍ଘଟଣାରେ ୨ ମୃତ, ୧୩ ରୁ ଊର୍ଦ୍ଧ୍ବ ଆହାତ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସୋରଡା – ଭଂଜନଗର ରାସ୍ତାର କୁଲାଙ୍ଗି ଗାଁ ନିକଟରେ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ସୋରଡ଼ା ଥାନା ବାଘଲିଙ୍ଗି ଗାଁର ଏକ ପରିବାର ମାନସିକ ପୂଜା ପାଇଁ ଗାଙ୍ଗପୁର ଥାନା ବଡ଼ବୋରସିଙ୍ଗି ଗାଁକୁ ଯାଉଥିବା ବେଳେ ଅଘଟଣ ଘଟିଛି ।  ମୃତକ ହେଲେ ଚନ୍ଦ୍ରମା ଗୈାଡ ଏବଂ ବାଦଲ୍ ଗୈାଡ । ଗାଡ଼ିରେ ପ୍ରାୟ ୩୦ ଜଣ ଯାତ୍ରୀ ରହିଥିଲେ । ୧୩ଜଣ ଆହତଙ୍କୁ ଉଦ୍ଧାର ପରେ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୩ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗାଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳରେ ଏବଂ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଛି ।