ଅଟୋକୁ ପିଟିଲା ଟୁରିଷ୍ଟ ଭ୍ୟାନ୍, ଦୁଇ ଜଣ ଗୁରୁତର
ବଡଗଡ଼ ବ୍ରିଟ କଲୋନୀରେ ଦୁର୍ଘଟଣା । ପ୍ରଥମେ ଏକ ଅଟୋକୁ ଧକ୍କା ପରେ ଦୋକାନକୁ ଧସେଇ ପସିଲା । ଦ୍ରୁତ ଗତିରେ ମାଡି ଆସିଲା ଟ୍ରାଭେଲର ଭ୍ଯାନ । ଅଟୋକୁ ପିଟିବା ସହ ଏକ ଚାହା ଦୋକାନ ଭିତରେ ପଶି ଦୁର୍ଘଟଣା ଘଟାଇଛି। ଦୁର୍ଘଟଣା ରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲକୁ ପଠାଯାଇଛି। ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଛାତି ଥରା ଦୃଶ୍ୟ ।ଜଣେ ପୋଲିସ କର୍ମୀ ଗୁଡ଼ୁ ପିଲେଇ ଗୁରୁତର ସହ ଅନ୍ୟ ଜଣେ ମଧ୍ୟ ସ୍ଥାନୀୟ ଲୋକ ଗୁରୁତର ଆହତ ହୋଇଛନ୍ତି । ଗୁଡୁ ବାଇକ ଯୋଗେ ଥାନାକୁ ଆସୁଥିଲା । ଦୁର୍ଘଟଣା ସମୟରେ ଗଭୀର ଆଘାତ ଲାଗିବା ଫଳାରେ ଆହତ ହୋଇଛନ୍ତି। ଅନ୍ୟ ଜଣେ ସ୍ଥାନୀୟ ଲୋକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।
