ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ
ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଏବିଭିପି । ମାଟ୍ରିକ ପରୀକ୍ଷାରେ ବିଭ୍ରାଟକୁ ନେଇ ସୁଦାମ ମାର୍ଣ୍ଡିଙ୍କ ବାସଭବନ ଘେରାଉ କରାଯାଇଛି । ପରୀକ୍ଷା ପରିଚାଳନାରେ ସରକାର ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଗେରାଉ ସମୟରେ ପୋଲିସ ଏବିଭିପି କର୍ମୀଙ୍କୁ ଅଟକାଇଥିଲେ । ଫଳରେ କିଛି ସମୟ ପାଇଁ ପୋଲିସ ଓ ଏବିଭିପି କର୍ମକର୍ତ୍ତାଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ପୋଲିସ ଏବିଭିପି କର୍ମୀଙ୍କୁ ଉଠାଇ ନେଇଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଏବିଭିପି । ପ୍ରଶ୍ନପତ୍ର ଲିକ୍ ଘଟଣା ଓଡ଼ିଶାରେ ପରିପେକ୍ଷୀରେ ନୂଆ ନୁହେଁ, ଓଡ଼ିଶାରେ ପରୀକ୍ଷା ହେବ ଓ ବିଭ୍ରାଟ ହେବ ନି ଏହା ଏକପ୍ରକାର ଅସମ୍ଭବ ହୋଇ ଗଲାଣି ବୋଲି ଏବିଭିପି ପକ୍ଷରୁ କୁହାଯାଇଛି ।