ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଆମକୁ ସପୋର୍ଟ କରୁଛି ବିଜେଡି: ଜୁଏଲ ଓରାମ
ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିଜେଡି ବିରତ ରହିବ ବୋଲି ଚର୍ଚ୍ଚା ହେଉଛି। ଭୋଟିଂରୁ ବିଜେଡିର ବିରତ ନିଷ୍ପତ୍ତି ନେଇ ଭାଜପାର ବରିଷ୍ଠ ନେତା ଜୁଏଲ ଓରାମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଆମକୁ ସପୋର୍ଟ କରିବା। ନବୀନ ବାବୁ ଆମକୁ ପରୋକ୍ଷରେ ସମର୍ଥନ କରୁଛନ୍ତି।ଶନିବାର ବିଜେଡି ପକ୍ଷରୁ ଅନୁଷ୍ଠିତ ପିଏସି ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଦଳର ବରିଷ୍ଠ ନେତାଙ୍କ ମତାମତ ଲୋଡାଯାଇଥିଲା। ନେତାମାନେ ନିଜ ନିଜର ମତ ପ୍ରକାଶ କରିଥିଲେ ହେଁ କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ନିଆଯାଇ ନ ଥିଲା। ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ। ମହାରାଷ୍ଟ୍ରର ରାଜ୍ୟପାଳ ଥିବା ସି ପି ରାଧାକ୍ରିଷ୍ଣନଙ୍କୁ ଏନ୍ଡିଏ ପ୍ରାର୍ଥୀ କରିଥିବା ବେଳେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡିଙ୍କୁ ‘ଇଣ୍ଡିଆ’ ମେଣ୍ଟ ପ୍ରାର୍ଥୀ କରିଛି ।
