ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଅଭିଜିତ୍ ମଜୁମଦାର ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର

ଓଡ଼ିଶାର ସୁନାମ ଧନ୍ୟ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଅସୁସ୍ଥ । ଅଭିଜିତ୍ ଅସୁସ୍ଥ ଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର କରାଯାଇଛି । ପ୍ରାରମ୍ଭିକ ଭାବେ ଏମ୍ସ ଟ୍ରମା କେୟାରରେ ଚିକିତ୍ସିତ ହେଉଛନ୍ତି । ପରେ ତାଙ୍କୁ କ୍ରିଟିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବ । ବର୍ତମାନ ତାଙ୍କ ବ୍ରେନ୍ ରେ ସୋଡ଼ିଅମ୍ କମୁଛି । ନିଃଶ୍ୱାସ ନେବାରେ ତାଙ୍କର ସମସ୍ୟା ହେଉଛି । କିଡନୀରେ ମଧ୍ୟ ସମସ୍ୟା ମଧ୍ୟ ରହିଛି ବୋଲି ସୂଚନା ମିଳିଛି ।ସୂଚନା ଅନୁସାରେ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ କଟକର ସିଡିଏରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘ ଦିନ ହେବ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି । ଅଭିଜିତଙ୍କ ଶରୀରରେ ପୋଟାସିୟମ କମି ଯିବାରୁ ଗୁରୁତର ହୋଇପଡ଼ିଥିଲେ । ତେଣୁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।