ବଢିଲା ଫ୍ରି ଆଧାର ଅପଡେଟ୍ ଅବଧି

ଆଧାର ଅପଡେଟ୍ ପାଇଁ ବଢିଲା ସମୟ ସୀମା

ଆଧାର ଅପଡେଟ୍ ପାଇଁ ବଢିଲା ସମୟ ସୀମା। କେନ୍ଦ୍ର ସରକାର ପୁଣି ଥରେ ଆଧାର ଅପଡେଟ୍ ପାଇଁ ସମୟ ଅବଧି ବଢାଇଛନ୍ତି। ଆଜି ଫ୍ରି ଆଧାର ଅପଡେଟର ଶେଷ ଦିନ ଥିବା ବେଳେ ଏହାକୁ ଆସନ୍ତା ଜୁନ ୧୪ ଯାଏ ବୃଦ୍ଧି କରାଯାଇଛି। ଏହା ପରେ ଆଧାର ଅପଡେଟ୍ ପାଇଁ ଦେୟ ଦେବାକୁ ପଡ଼ିବ। ଦଶ ବର୍ଷ ତଳେ ଆଧାର କରିଥିବା ବ୍ୟକ୍ତିଙ୍କର ଯଦି କୌଣସି ତଥ୍ୟ ଅପଡେଟ୍ ହୋଇନଥାଏ ତେବେ ସେମାନେ ଫ୍ରିରେ ଆଧାର ଅପଡେଟ୍ କରିପାରିବେ। ସୋସିଆଲ ମିଡିଆରେ UIDAI ପୋଷ୍ଟ ଅନୁଯାୟୀ, UIDAI ମାଗଣା ଅନଲାଇନ୍ ଡକ୍ୟୁମେଣ୍ଟ ଅପଲୋଡ୍ ସୁବିଧାକୁ ଜୁନ୍ ୧୪, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୋଟି କୋଟି ଆଧାର ଉପଭୋକ୍ତା ଆସନ୍ତା ଜୁନ୍ ୧୪ ପର୍ଯ୍ୟନ୍ତ ମାଗଣାରେ ଆଧାର ଅପଡେଟ୍ କରିପାରିବେ।