ଆଡମିସନ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ !

ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ

ଏଣିକି ଆଡମିସନ ବେଳେ ସ୍କୁଲ୍‌ରେ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ । ଆଧାରକାର୍ଡ ନଥିଲେ ମଧ୍ୟ ଆପଣ କରିପାରିବେ ଆଡମିସନ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱଥୀ ଏସ୍‌। ତେବେ ଏହି ଅନୁସାରେ ଏଣିକି ଆଡମିସନ ହେବ ବୋଲି ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ହୋଇଛି ।

ତେବେ ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନାହିଁ। ଆଧାର କାର୍ଡ ଥାଉ ବା ନଥାଉ ପିଲାମାନଙ୍କୁ ସ୍କୁଲ୍‌ରେ ନାମ ଲେଖାଇବାକୁ ଅବଶ୍ୟ ଅନୁମତି ମିଳିବ। ତେବେ ଏହି ଖବର ଆଗାମୀ ଦିନରେ କାର୍ଯ୍ୟକାରୀ ହେବ ବୋଲି ଗଣଶିକ୍ଷା ସଚିବ ସୂଚନା ଦେଇଛନ୍ତି।