ରାଜଭବନ ଇତିହାସରେ ପ୍ରଥମ

ରାଜ୍ଯପାଳଙ୍କ ସଚିବ ଭାବେ ଜଣେ ମହିଳା ଆଇଏଏସ୍ ରୂପା ରୋଷନ ସାହୁ ନିଯୁକ୍ତ

ରାଜଭବନ ଇତିହାସରେ ପ୍ରଥମ । ରାଜ୍ଯପାଳଙ୍କ ସଚିବ ଭାବରେ ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ରାଜ୍ଯପାଳଙ୍କ ସଚିବ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ରୂପା ରୋଷନ ସାହୁଙ୍କୁ ନିଯୁକ୍ତି ମିଳିଛି । ରୂପା ରୋଷନ ଓଡ଼ିଶା ରାଜଭବନ ଇତିହାସରେ ପ୍ରଥମ ମହିଳା ସଚିବ ।ଗତକାଲି ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ସଚିବ ଓ ଜିଲ୍ଲାପାଳ ସ୍ତରରେ ହୋଇଛି ବଡ ଧରଣର ଅଦଳବଦଳ । ବର୍ତ୍ତମାନର ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍ ବିଏସ୍ ରାଜପୁତଙ୍କୁ ସରକାରୀ ଉଦ୍ୟୋଗ ବିଭାଗକୁ ବଦଳି କରାଯାଇଛି । ସେ ORSTCର ସିଏମ୍ ଡି ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ବ୍ରହ୍ମପୁର ଆର୍ ଡିସି ରୂପାରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତି ମିଳିଛି ।