ରାଜ୍ୟରେ ପ୍ରତିବର୍ଷ ହେବ ବାଘ ଗଣନା

ଚନ୍ଦକା ଗୋଡ଼ିବାରିରେ ଆରମ୍ଭ ହେଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରାଜ୍ୟରେ ପ୍ରତ୍ଯେକ ବର୍ଷ ହେବ ବାଘ ଗଣତି । ଏଣିକି ବାଘଙ୍କ ସଂରକ୍ଷଣ ଲାଗି ନିଆଯାଇଛି ଏପରି ନିଷ୍ପତ୍ତି । ତେବେ ଏହି ଗଣନାରେ ନିଯୋଜିତ ହେବାପାଇଁ ଆରମ୍ଭ ହୋଇଯାଇଛି ପ୍ରଶିକ୍ଷଣ । ରାଜ୍ୟରେ ବାଘ ଗଣନା ପାଇଁ ଚନ୍ଦକା ଗୋଡ଼ିବାରିରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଭୁବନେଶ୍ୱରରେ ବାଘ ଗଣନା ଟ୍ରେନିଂ କରାଯାଉଛି ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଚାଲିବ। ପର୍ଯ୍ୟାୟକ୍ରମେ ୮ଟି ସର୍କଲର ACF, DFOଙ୍କ ସମେତ ବନ ବିଭାଗ ଅଧିକାରୀ, ବନ କର୍ମଚାରୀଙ୍କୁ ଦିଆଯିବ ପ୍ରଶିକ୍ଷଣ।

ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ୩ ଜଣ ବୈଜ୍ଞାନିକ ଦେଉଛନ୍ତି ପ୍ରଶିକ୍ଷଣ। ଏହାପରେ ଅକ୍ଟୋବର ୧୫ରୁ ୩୧ ପର୍ଯ୍ୟନ୍ତ ବାଘ ଚଲାପଥ ସର୍ଭେ ହେବ । ଏହାସହ ପାଦ ଚିହ୍ନ ସର୍ଭେ ମଧ୍ୟ କରାଯିବ। ନଭେମ୍ବର ପ୍ରଥମ ସପ୍ତାହରୁ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧ ହଜାର କ୍ୟାମେରା ଟ୍ରାପକୁ ୮ଟି ସର୍କଲରେ ଲଗାଯିବ। ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ PCCF ସୁଶୀଲ କୁମାର ପୋପଲି । ତେବେ ଏହି ପଦକ୍ଷେପ ବ୍ୟାଘ୍ର ସଂରକ୍ଷଣରେ ଏକ ଉନ୍ନତ ଭୂମିକା ନିର୍ବାହ କରିବ ।