ଔଷଧ ଗୋଦାମରେ ଭୟଙ୍କର ନିଆଁ !

କେମିତି ଲାଗିଲା ଔଷଧ ଗୋଦାମରେ ନିଆଁ ?

ଔଷଧ ଗୋଦାମରେ ଭୟଙ୍କର ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ । ଗତ ରାତି ଅଧରେ ଔଷଧ ଗୋଦାମଟିରେ ଅଚାନକ ଲାଗିଲା ନିଆଁ। ଆଖି ପିଛୁଳାକେ ନିଆଁ ବ୍ୟାପି ଯାଇ ଲକ୍ଷାଧିକ ଟଙ୍କାର ମେଡିସିନ, ଇଞ୍ଜେକସନ ଓ ବୈଦୁତିକ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଛି।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଔଷଧ ଗୋଦାମ ଗୃହରୁ ହଠାତ୍ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିଥିବା ଦେଖି ସିକ୍ୟୁରିଟି ଗାର୍ଡ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ୨ ଘଣ୍ଟା ପରେ ନିଆଁ କୁ ଆୟତ୍ତ କରିଥିଲେ। ତେବେ ଡାକ୍ତରଖାନା ଔଷଧ ଗୋଦାମରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଚାଲିଛି ତଦନ୍ତ ।