ନ୍ୟାୟ ପାଇଁ ପୁରା ପରିବାରର ଗୁହାରି
ନ୍ୟାୟ ଦେଲନି ଏବେ ଆମେ ମରିବାକୁ ଚାହୁଁଛୁ । ଏମିତି କିଛି କହି ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ କରିଛି ପୁରା ପରିବାର । ଗତବର୍ଷ ପୁଅକୁ ମାରି ଦିଆଯାଇଥିଲା । ତେବେ ପୁଅକୁ ଉଚିତ ନ୍ୟାୟ ନମିଳିବାରୁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଆତ୍ମାହୁତି ଉଦ୍ୟମ ବେଳେ ସମସ୍ତଙ୍କୁ କାବୁ କରିଛି ପୋଲିସ । ତେବେ ପରିବାର ଲୋକଙ୍କ ସୂଚନା ଅନୁଯାୟୀ ୨୦୨୨ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦୈତ୍ୟରାଜ୍ ନାୟକ ନାମକ ଯୁବକ ହତ୍ୟାର ଶିକାର ହୋଇଥିଲେ। ଏହି ହତ୍ୟାକାଣ୍ଡରେ ପୁଲିସ ଗତ ୧୫ ତାରିଖରେ ଅଶୋକ ଜେନା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ।
ମାତ୍ର ବର୍ତ୍ତମାନ ସୁଦ୍ଧା ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ୍ ଏବେ ବି ଗିରଫ କରୁ ନ ଥିବା ବେଳେ ସେମାନେ ଏବେବି ବାହାରେ ବୁଲୁଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ । ତେଣୁ ତୁରନ୍ତ ସେମାନଙ୍କ ଗିରଫଦାରୀ ନିମନ୍ତେ ଦାବି କରି ପରିବାର ସଦସ୍ୟ ଆଜି ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣାକୁ ନେଇ ରାଜଧାନୀରେ ରାଜନୀତି ବେସ ସରଗରମ ହୋଇଥିବା ଦେଖିବାକୁ ମିଳିଛି ।
