ଅଙ୍ଗନବାଡିକୁ ସଶକ୍ତ କରିବାକୁ ଆସିଲା ସ୍ୱତନ୍ତ୍ର ଆପ୍ ‘AWESOME’
ଅଙ୍ଗନବାଡିକୁ ସଶକ୍ତ କରିବାକୁ ଆସିଲା ସ୍ୱତନ୍ତ୍ର ଆପ୍ ‘AWESOME’ । ଅଙ୍ଗନବାଡ଼ି ୱେଲଫେୟାର ଆଣ୍ଡ ସର୍ଭିସ ଓଭର ନାଇଟ୍ ମନିଟରଙ୍ଗି Everywhere ଆପ୍। ଏହି ଆପ୍ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବେ ଅଙ୍ଗନବାଡ଼ି କର୍ମୀ । ଆପ୍ ଦ୍ୱାରା ସାଧାରଣ ଲୋକ ଏବଂ ଅଭିଭାବକ ଫିଡ୍ ବ୍ୟାକ ଦେଇ ପାରିବେ। ଆପ୍ର ବିକାଶ ପାଇଁ NIPCCD ସହ ମହିଳା ଓ ଶିଶୁ ବିକାଶ ବିଭାଗର MOU । ସେପଟେ ସିଡ଼ିପିଓ ସମ୍ମିଳନୀରେ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଗ୍ରାଉଣ୍ଡରେ ଅଧିକାରୀଙ୍କ ମଧ୍ୟରେ ରହୁଛି ସମନ୍ୱୟର ଅଭାବ । ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାଉଣ୍ଡରେ କାମ କର । ଗ୍ରାଉଣ୍ଡରେ ସମସ୍ୟା ରହୁଛି କିନ୍ତୁ ଜାଣିଶୁଣି ଅଣ୍ଡର ରିପୋର୍ଟିଂ କରାଯାଉଛି । ତେଣୁ ଗ୍ରାଉଣ୍ଡରେ ଯାହା ସମସ୍ୟା ହେଉଛି ତାକୁ ଆମ ପାଖକୁ ଆଣନ୍ତୁ ବୋଲି ସିଡ଼ିପିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।ସମସ୍ୟା ଆଣିଲେ ଆମେ ତାର ସମାଧାନର ବାଟ ବାହାର କରିବୁ । ଗ୍ରାଉଣ୍ଡରେ ଯେଉଁ ସମସ୍ୟା ଆସୁଛି ତାକୁ ନେଇ ଠିକ ରିପୋର୍ଟିଂ କରନ୍ତୁ ବୋଲି କହିଲେ ମୁଖ୍ୟ ଶାସନ ସଚିବ। ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ସଶକ୍ତ କରିବାର ଅଛି ତେଣୁ ଯାହା ଆବଶ୍ୟକତା ରହୁଛି ପ୍ରସ୍ତାବ ଦିଅନ୍ତୁ ବୋଲି ମଧ୍ୟ କହିଛନ୍ତି ମୁଖ୍ୟ ଶାସନ ସଚିବ ।
