୫ଜଣ ସେବାୟତ ନୂଆ ପରିଚାଳନା କମିଟିକୁ ମନୋନୀତ

ଶ୍ରୀମନ୍ଦିରରେ ଗଠନ ହେବ ନୂଆ ପରିଚାଳନା କମିଟି

ଶ୍ରୀମନ୍ଦିରରେ ଗଠନ ହେବ ନୂଆ ପରିଚାଳନା କମିଟି। କମିଟି ପାଇଁ ଆସିଲା ନୂଆ ଗାଇଡଲାଇନ। ୧୮ ନଭେମ୍ବର ୨୦୨୪ରେ ହାଇକୋର୍ଟ ଦେଇଥିବା ରାୟ ଅନୁସାରେ, ଗଠନ ହେବ ନୂଆ ପରିଚାଳନା କମିଟି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ । ୭ଟି ଫର୍ମୁଲା ଆପଣାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ୫ଜଣ ସେବାୟତ ନୂଆ ପରିଚାଳନା କମିଟିକୁ ମନୋନୀତ ହେବେ । ସେବକଙ୍କ ସମର୍ପଣ ଓ ନିଷ୍ଠା ଦେଖି ନିଆଯିବ ନିଷ୍ପତ୍ତି । ଅନ୍ୟ ସେବକ ଓ ସେବାୟତ ନିଯୋଗ ସହ ସୁସମ୍ପର୍କ ଥିବା ସେବାୟତଙ୍କୁ ପ୍ରାଥମିକତା ଦିଆଯିବ । କ୍ରିମିନାଲ ରେକର୍ଡ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ସ୍ଥାନ ମିଳିବ ନାହିଁ । ବିବାଦର ସମାଧାନ ଦକ୍ଷତା ରଖିଥିବା ସେବାୟତଙ୍କୁ ସୁଯୋଗ ଦିଆଯିବ । ଦ୍ଵିତୀୟ ଥର ପାଇଁ ପରିଚାଳନା କମିଟି ଯିବାକୁ ମଧ୍ୟ ଅନୁମତି ମିଳିବ ନାହିଁ ।

Leave a Reply

Your email address will not be published. Required fields are marked *