ନୂଆପଡ଼ାରେ ମାତିଛି ମଣିଷଖିଆ ବାଘ !

୮ବର୍ଷର ନାବାଳକକୁ ମାରି ଖାଇଲା ବାଘ !

ପୁଣି ନୂଆପଡ଼ାରେ ବାଘ ମାତିଛି । ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଛି । ଖାଲି ବାଘ ମାତିନି ବରଂ ଏ ବାଘ ପୁଣି ମଣିଷ ମାରିଛି, ଯାହାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ମାତିଛି ମଣିଷଖିଆ ବାଘ। ଗତକାଲି ସନ୍ଧ୍ୟାରେ କଟିଙ୍ଗପାଣି ଗାଁରେ ଘର ପାଖରେ ଖେଳୁଥିବା ୮ ବର୍ଷର ନାବାଳକକୁ ଝାମ୍ପି ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କଟଙ୍ଗିପାଣି ଗାଁର ହୁମନ୍ ଧାରୁଆଙ୍କ ପୁଅକୁ ବାଘ ଟାଣି ନେଇ ଗୁମ୍ଫା ଭିତରକୁ ଚାଲିଯାଇଥିଲା ।ପ୍ରତ୍ଯକ୍ଷଦର୍ଶୀଙ୍କ କହିବ ଅନୁଯାୟୀ ପିଲାଟି ଖେଳୁଥିବାବେଳେ କଲରାପତରିଆ ବାଘ ତାକୁ ଟାଣିନେଇ ଗାଁଠାରୁ ୨୦୦ ମିଟର ଦୂରରେ ଥିବା ଏକ ଗୁମ୍ଫାରେ ପଶିଯାଇଥିଲା । ପରେ ଗୁମ୍ଫାରୁ ନାବାଳକର ମୃତଦେହ ଉଦ୍ଧାର କରିଛନ୍ତି ଗାଁ ଲୋକ। ଏହାସହ ରାତିରେ ସେହି ଗାଁରେ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଗାଈକୁ ମାରି ଖାଇଛି।

ଗାଁରେ ଉତ୍ତେଜନା ଲାଗି ରହିଥିବାବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରୁଛି । ସୁନାବେଡ଼ା ଅଭୟାରଣ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ଦୀର୍ଘବର୍ଷ ହେଲା ବାଘ ଆତଙ୍କ ଜାରି ରହିଛି । ବହୁ ଗୃହପାଳିତ ପଶୁ ସହ ୩ ଜଣ ମଣିଷଙ୍କୁ ମଧ୍ୟ ଶିକାର କରିଛି । ପୁର୍ବରୁ ହଳଦୀ ଗାଁରେ ପ୍ରଥମେ ନାବାଳକକୁ ମାଆ କୋଳରୁ ବାଘ ଟାଣି ନେଇଥିଲା । ପରେ ସୁନାବେଡ଼ାର ଜଳ ମଡେଇ ଗାଁରୁ ଜଣେ ବୃଦ୍ଧାକୁ ଝାମ୍ପି ନେଇ ହତ୍ୟା କରିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ  ଏବେ ଛାନିଆ ହୋଇପଡ଼ିଛନ୍ତି। ଘରୁ ପଦା ଯିବାକୁ ଭୟ କରୁଛନ୍ତି। ବନ ବିଭାଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଗୋଧସପଡ଼ାର ୮ ବର୍ଷୀୟ ଡମ୍ବରୁଧର ଧରୁଆ ଘର ପାଖରେ ଖେଳୁଥିଲା। ଏହି ସମୟରେ କଲରାପତରିଆ ବାଘ ତାକୁ  ଝାମ୍ପି ନେଇ ସୁନାବେଡ଼ା ଅଭୟାରଣ୍ୟ ଆଡ଼କୁ ପଳାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଜଙ୍ଗଲ ଭିତର ଏକ ଗୁମ୍ଫାରୁ ପିଲାଟିକୁ ବାଘଠୁ ଉଦ୍ଧାର କରି ଘରକୁ ଆଣିଥିଲେ। ଘରେ ନାବାଳକର ମୃତ୍ୟୁ ଘଟିଥିଲା। ଗାଁ ପାଖରେ ୨ଟି କଲରାପତରିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।