ଯୋରନ୍ଦା ମହିମା ଗାଦିର ଉନ୍ନତି ପାଇଁ ନୂତନ ପ୍ରକଳ୍ପର ଶିଳାନ୍ୟାସ

ଯୋରନ୍ଦାରେ ଭବ୍ୟ ମନ୍ଦିର ନିର୍ମାଣ ହେବ

ଯୋରନ୍ଦା ମହିମା ଗାଦିର ଉନ୍ନତି ପାଇଁ ନୂତନ ପ୍ରକଳ୍ପର ଶିଳାନ୍ୟାସ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଯୋରନ୍ଦାରେ ଭବ୍ୟ ମନ୍ଦିର ନିର୍ମାଣ ହେବ । ୨୪୦ କୋଟି ଟଙ୍କାରେ ୨୬୩ ଫୁଟ୍ ଉଚ୍ଚତାର ମନ୍ଦିର ନିର୍ମାଣ ହେବ । ଏହାସହ ଯୋରନ୍ଦା ମହାବିଦ୍ୟାଳୟର ଉନ୍ନତି ପାଇଁ ୨ କୋଟି ପ୍ରଦାନ କରାଯାଇଛି । ଢେଙ୍କାନାଳ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ପରିଗଣିତ ହେବ ବୋଲି କହିଥିଲେ ମନ୍ତ୍ରୀ । କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ, ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ, କାମାକ୍ଷାନଗର ବିଧାୟକୀ ଶତ୍ରୁଘ୍ନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ମହିମା ସମାଜ ସମନ୍ୱୟ କର୍ତ୍ତା ତଥା ସର୍ବ ଭାରତୀୟ ଗୋସେବା ପ୍ରମୁଖ ଅଜିତ ମହାପାତ୍ର ମହିମା ଧର୍ମର ମହାନିୟତା ସମ୍ପର୍କରେ ଆଲୋଚନା କରିଥିଲେ। ମହିମା ଧର୍ମର ମହାନୀୟ ବାର୍ତ୍ତା ପୃଥିବୀକୁ ଶାନ୍ତିର ବାର୍ତ୍ତା ଦେଉଛି ବୋଲି କହିଥିଲେ ଅତିଥି । ମହିମା ସାଧୁ ନିତ୍ୟାନନ୍ଦ ବାବା, ଅବିନାଶ ବାବା, ରଘୁବାବା, ରମେଶ ବାବା ଯୋଗଦେଇ ଏପରି ଭବ୍ୟ ମନ୍ଦିର ନିର୍ମାଣ ମହିମା ଧର୍ମର ବିକାଶ ସହ ପର୍ଯ୍ୟଟନର ନୂଆ ସମ୍ଭlବନା ସୃଷ୍ଟି କରିବ ବୋଲି କହିଥିଲେ । ମହିମା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ‘ମହିମା ଦିପ୍ତୀ’ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

Leave a Reply

Your email address will not be published. Required fields are marked *