ଇରାନ ଉପରେ ହେବ ଭୟଙ୍କର ଆକ୍ରମଣ
ଇରାନ ଉପରେ ହେବ ଭୟଙ୍କର ଆକ୍ରମଣ । ଜୋରଦାର ଆକ୍ରମଣ ହେବ ବୋଲି ଇରାନକୁ ଚେତାବନୀ ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ । ଗତ ୧୨ ଦିନ ଧରି ଚାଲିଥିବା ଏହି ସଂଘର୍ଷରେ ଇରାନ ଏପର୍ଯ୍ୟନ୍ତ ଆମେରିକା ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଯାଉଛି । ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ‘ଅପରେସନ୍ ଏପିକ୍ ଫ୍ୟୁରୀ‘ ଅନ୍ତର୍ଗତ ଇରାନ ଉପରେ ସର୍ବାଧିକ ସଂଖ୍ୟାରେ ଫାଇଟର ଜେଟ୍ ଏବଂ ବୋମା ବର୍ଷଣକାରୀ ବିମାନ ଆକ୍ରମଣ ହେବ । ଇରାନର ମିସାଇଲ୍ ଭଣ୍ଡାର, ନୌସେନା ବେସ୍ ଏବଂ ପ୍ରତିରକ୍ଷା କେନ୍ଦ୍ରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଏହି ଆକ୍ରମଣର ଲକ୍ଷ୍ୟ ହେବ ବୋଲି ହେଗସେଥ କହିଛନ୍ତି ।ସେପଟେ ଇସ୍ରାଏଲ ସହିତ ହେବାକୁ ଥିବା ମିଳିତ ଅପରେସନରେ ଇରାନ ସମେତ ଦକ୍ଷିଣ ଲେବାନନରେ ଥିବା ହିଜବୁଲ ଆଡ୍ଡା ଉପରେ ମଧ୍ୟ ଭୟଙ୍କର ଏୟାରଷ୍ଟ୍ରାଇକ ହେବ ବୋଲି କୁହାଯାଇଛି । ଗତ ୧୨ ଦିନ ଧରି ଚାଲିଥିବା ଯୁଦ୍ଧରେ ଇରାନର ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ବି ଇରାନ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ଉପରେ ଆକ୍ରମଣ ଜାରି ରଖିଛି । ସେପଟେ ଯଦି ଆମେରିକା ସବୁଠାରୁ ବଡ଼ ଆକ୍ରମଣ କରେ, ତେବେ ମଧ୍ୟପ୍ରାଚ୍ୟ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ରହିଛି ।
