ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ମୃତ
ଛତିଶଗଡ କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯବାନଙ୍କ ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ପ୍ରାଣ ହରାଇଛନ୍ତି । ଅମାଟୋଲା ଓ କଲପାର ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ଛୋଟ ବେଥିୟା କୋଟ୍ରି ଥାନାର ଡିଆରଜି ଓ ବିଏସଏଫ ଜବାନ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ଜବାନଙ୍କୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନ କରିଥିଲେ ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏନକାଉଣ୍ଟରରେ ଜଣେ ୟୁନିଫର୍ମ ପିନ୍ଧା ମହିଳା ମାଓବାଦୀଙ୍କ ମୃତ ଦେହ ଠାବ ହୋଇଥିବା ବେଳେ ଘଟଣାସ୍ଥଳରୁ ଅସ୍ତ୍ର ଶସ୍ତ୍ର ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।
