ଶିଶୁକୁ ବୋରୱେଲ୍ ଭିତରେ କିଏ ପକାଇଲା?
ବୋରୱେଲ୍ ଭିତରେ ଫସିଛି କୁନି ଶିଶୁର ଜୀବନ । ୪ ଘଣ୍ଟାରୁ ଅଧିକ ସମୟ ଧରି ଫସିରହିଛି ଶିଶୁ । ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ବୋରୱେଲ ଭିତରେ ଶିଶୁଟି ଜୀବିତ ଥିବା ସୂଚନା ରହିଛି । ଛୁଆର କାନ୍ଦ ଶୁଣାଯାଉଥିବା କହିଲେ ଉଦ୍ଧାରକାରୀ ଟିମ୍ । ପାଇପ୍ ଭିତରକୁ ଯୋଗାଇ ଦିଆଯାଉଛି ଅକ୍ସିଜେନ୍ । ସମ୍ବଲପୁର ରେଙ୍ଗାଲି ରାଲିପାଲିରେ ବୋରୱେଲ ଫସିଛି ଶିଶୁ । ଛୁଆକୁ ଉଷୁମ ରଖିବାକୁ ବଲବ ଲଗାଇଲେ ଡାକ୍ତରୀ ଟିମ୍ । ଏଥି ସହିତ ପିଲାଟି ଯେଭଳି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ ନକରେ ସେଥିପାଇଁ ପାଇପ୍ ଭିତରକୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ଗତ ୪ ଘଣ୍ଟାରୁ ଅଧିକ ସମୟ ଧରି ଫସିରହିଛି ଶିଶୁ । ତେଣୁ ଛୁଆକୁ ଉଷୁମ ରଖିବାକୁ ଡାକ୍ତରୀ ଟିମ୍ ବଲବ ଲଗାଇଛନ୍ତି । ୩ଟି ଜେସିବି ସହାୟତାରେ ବୋରୱେଲକୁ ଲାଗି ସମାନ୍ତରାଳ ଭାବେ ଖୋଳା ଚାଲିଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ବୋରୱେଲ ଭିତୁର ଏକ କଅଁଳା ଶିଶୁର କୁଆଁ କୁଆଁ କାନ୍ଦ ଶୁଣି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ତା’ପରେ ଆରମ୍ଭ ହେଲା ରେସକ୍ୟୁ ଅପରେସନ । ପିଲାଟିକୁ ପାଇପ ସହାୟତାରେ ଅକ୍ସିଜେନ ଯୋଗାଇ ଦିଆଯାଉଛି । ଘଟଣାସ୍ଥଳରେ ପୋଲିସ, ଓଡ୍ରାଫ, ଅଗ୍ନିଶମ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ପିଲାଟି ପ୍ରାୟ ୧୫ ଫୁଟ ତଳେ ଥିବା ସୂଚନା ମିଳିଛି । ଏମତିକି ପିଲାଟିର ମୁଣ୍ଡ ତଳକୁ ରହିଛି । ଅନ୍ଧାର ହୋଇଯାଇଥିବାରୁ ଲାଇଟ୍ ବ୍ୟବସ୍ଥା କରାଯାଇଛି।