ଶିମିଳିପାଳ ଜଗିବେ ସଶସ୍ତ୍ର ପୋଲିସ
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ଗୋଟିଏ କମ୍ପାନୀ ସଶନ୍ତ୍ର ପୋଲିସ । ତିଆରି ହେବ ୧୩୧ ଜଣିଆ ଆର୍ମଡ୍ ପୋଲିସ ରିଜର୍ଭ କମ୍ପାନୀ । ଏନେଇ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଲେ ଗୃହ ସଚିବ । ଏହି କମ୍ପାନୀରେ କମାଣ୍ତାଣ୍ଟ, ଇନସ୍ପେକ୍ଟର, ୩ SI, 3ASI, 30 ହାବିଲଦାର ରହିବେ । ୩ ଡ୍ରାଇଭର ହାବିଲଦାର, ୮୭ ସିପାହୀ ଓ ୩ ଡ୍ରାଇଭର ରହିବା ନେଇ ସୂଚନା ରହିଛି । ସେହିପରି ଏହି କମ୍ପାନୀର ପ୍ରଶାସନିକ ଦାୟିତ୍ୱରେ ମୟୂରଭଞ୍ଜ ଏସପି ରହିବେ । ସୂଚନା ଅନୁସାରେ, ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ। ତେବେ କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ୍ ପୋଲିସ ନିୟୋଜିତ ହେବା ଦେଶରେ ପ୍ରଥମ ବୋଲି ଚର୍ଚ୍ଚା ହେଉଛି। ଏହି କମ୍ପାନୀରେ କମାଣ୍ତାଣ୍ଟ, ଇନସ୍ପେକ୍ଟର, ୩ SI, 3ASI, 30 ହାବିଲଦାର ରହିବେ । ୩ ଡ୍ରାଇଭର ହାବିଲଦାର, ୮୭ ସିପାହୀ ଓ ୩ ଡ୍ରାଇଭର ରହିବା ନେଇ ସୂଚନା ରହିଛି । ସେହିପରି ଏହି କମ୍ପାନୀର ପ୍ରଶାସନିକ ଦାୟିତ୍ୱରେ ମୟୂରଭଞ୍ଜ ଏସପି ରହିବେ ।
