୯୪୧ ଯବାନଙ୍କୁ ବୀରତ୍ୱ ପୁରସ୍କାର
ଗଣତନ୍ତ୍ର ଦିବସରେ ପୁରସ୍କୃତ ହେବେ ୯୪୧ ଯବାନ । ସେମାନଙ୍କୁ ପ୍ରଦାନ କରାଯିବ ବିରତ୍ୱ ପୁରସ୍କାର । ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ଏବଂ ସଂଶୋଧନ ସେବାର ୯୪୨ ଜଣ କର୍ମଚାରୀଙ୍କୁ ବୀରତ୍ୱ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ୯୫ ଜଣ ସୈନିକଙ୍କୁ ବୀରତ୍ୱ ପଦକ, ୧୦୧ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ, ୭୪୬ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ। ୯୫ଟି ବୀରତ୍ୱ ପୁରସ୍କାର ମଧ୍ୟରୁ ଅଧିକାଂଶ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କୁ ଦିଆଯିବ। ଏଥିରେ ନକ୍ସଲ ଅଞ୍ଚଳର ୨୮ ଜଣ, ଜମ୍ମୁ ଏବଂ କଶ୍ମୀର ଅଞ୍ଚଳର ୨୮ ଜଣ, ଉତ୍ତର-ପୂର୍ବ ଅଞ୍ଚଳର ୦୩ ଜଣ ସୈନିକ ଏବଂ ଅନ୍ୟାନ୍ୟ ଅଞ୍ଚଳର ୩୬ ଜଣ ସୈନିକଙ୍କୁ ସେମାନଙ୍କର ବୀରତ୍ୱପୂର୍ଣ୍ଣ କାର୍ୟ୍ୟ ପାଇଁ ସମ୍ମାନିତ କରାଯାଉଛି। ଏଥିରେ ୭୮ ଜଣ ପୋଲିସ କର୍ମଚାରୀ ଏବଂ ୧୭ ଜଣ ଅଗ୍ନିଶମ ସେବା କର୍ମଚାରୀ ଅନ୍ତର୍ଭୁକ୍ତ।
