ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ

ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ

ରାଜ୍ୟରେ ଚଳିତ ବର୍ଷ ବଜ୍ରାଘାତରେ ୯୨ ଜଣଙ୍କ ଜୀବନ ଯାଇଛି । ବରଗଡ଼ରେ ସର୍ବାଧିକ ୧୦ ଜଣ, କୋରାପୁଟରେ ୮, କେନ୍ଦୁଝର ଓ ଅନୁଗୁଳରେ ୭ ଜଣ ଲେଖାଏ, ପୁରୀ, ବଲାଙ୍ଗୀର, ବାଲେଶ୍ବର, ଗଂଜାମ, ଝାରସୁଗୁଡ଼ା ଓ ନୂଆପଡ଼ାରେ ବଜ୍ରପାତରେ ୫ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି । ସେହିପରି ମାଲକାନଗିରି ଓ ରାୟଗଡ଼ାରେ ୪ ଜଣ ଲେଖାଏ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।ବନ୍ୟାରେ ୪ ଜଣ ଓ କାଳବୈଶାଖୀରେ ୪ଜଣ ପ୍ରାଣ ହରାଇଛନ୍ତି । ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ବାତ୍ୟା, ବନ୍ୟା, କାଳବୈଶାଖୀ ଓ ବଜ୍ରାଘାତ ଆଦି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ସରକାର ବିଭିନ୍ନ ବିଜ୍ଞାନ ସମ୍ମତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଓସଡମାର ବୈଷୟିକ ସହଯୋଗୀ ସଂସ୍ଥା RIMES ଦ୍ବାରା ମୋବାଇଲ ଆପ୍ ସତର୍କ ଦ୍ବାରା ହୋଇଥିବା ମୋବାଇଲ ଆପ ସତର୍କ ମାଧ୍ୟମରେ ବଜ୍ରପାତ ସଂପର୍କରେ ଲୋକଙ୍କୁ ଆଗୁଆ ସୂଚନା ପ୍ରଦାନ କରାଯାଉଛି ।

Leave a Reply

Your email address will not be published. Required fields are marked *