୧୫ ମାସରେ ଭିଜିଲାନ୍ସ ହାତରେ ୧୯୯ ସରକାରୀ ବାବୁ

୧୫ ମାସରେ ଭିଜିଲାନ୍ସ ହାତରେ ୧୯୯ ସରକାରୀ ବାବୁ

୧୫ ମାସରେ ଭିଜିଲାନ୍ସ ହାତରେ ୧୯୯ ସରକାରୀ ବାବୁ। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ୧୯୯ ସରକାରୀ ବାବୁ ଧରାପଡିଥିବା ବେଳେ ୭୭ ଟି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି ଭିଜିଲାନ୍ସ । ଏହାରି ଭିତରେ ଲାଞ୍ଚ ନେବା ଅଭିଯୋଗ ରେ ରୁଜୁ ହୋଇଛି ୧୨୨ ଟି ମାମଲା । ମୋଟ ୨୦୨ କୋଟି ଟଙ୍କାର  ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଗତ ୫ ବର୍ଷରେ ୩ ହଜାର ୬୬୧ ଟି ଦୁର୍ନୀତି ନିବାରଣ ମାମଲା କୋର୍ଟ ରେ ବିଚାର ଧୀନ ଥିବା ବେଳେ ୭୨୨ ଟି ମାମଲା ତଦନ୍ତ ଧୀନ ରହିଛି ।