୨୫ ମିନିଟରେ ୯ ଟି ଆତଙ୍କୀ ଆଡ୍ଡା ଧ୍ବଂସ
ପାକିସ୍ତାନ ବିରୋଧରେ ଭାରତର ବଡ଼ ଅପରେସନ। ୨୫ ମିନିଟ୍ରେ ଆତଙ୍କୀ ଆଡ୍ଡା ଧ୍ଵଂସ। ରାତି ୧ଟା ୫ରୁ ଆରମ୍ଭ ହୋଇଥିଲା ଆକ୍ରମଣ। ୧ଟା ୩୦ରେ ହୋଇଥିଲା ଶେଷ। ୨୫ ମିନିଟରେ ଧ୍ବଂସ ହୋଇଥିଲା ୯ ଟି ଆତଙ୍କୀ ଆଡ୍ଡା। ଏୟାରଷ୍ଟ୍ରାଇକ ପରେ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ।
ସବାଇନାଲା କ୍ୟାମ୍ପରେ ପ୍ରଥମ ଆକ୍ରମଣ ହୋଇଥିଲା। ଏହା ଥିଲା ଲସ୍କର-ଇ-ତୋଇବାର କ୍ୟାମ୍ପ। ସେହିପରି କୋଟଲି ଗୁଲପୁର କ୍ୟାମ୍ପରେ ଦ୍ୱିତୀୟ ଆକ୍ରମଣ ହୋଇଥିଲା। ପରେ ଭୀମବାର ବରନାଲା କ୍ୟାମ୍ପରେ ତୃତୀୟ ଆକ୍ରମଣ ହୋଇଥିଲା। ସିଆଲକୋଟ ସର୍ଜଲ କ୍ୟାମ୍ପରେ ଚତୁର୍ଥ ଆକ୍ରମଣ ହୋଇଥିଲା। ମହବୁନା ଜୟା କ୍ୟାମ୍ପରେ ପଞ୍ଚମ ଆକ୍ରମଣ ହୋଇଥିଲା। ମୁର ଦୁକେରେ ଥିବା ମର୍କଜ ତୋଏବାରେ ଷଷ୍ଠ ଆକ୍ରମଣ ହୋଇଥିଲା। ୨୫ ମିନିଟରେ ୯ ଟି ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଥିଲା।ପ୍ରେସମିଟରେ ଆହୁରି ସୂଚନା ଦିଆଯାଇଥିଲା ଯେ, ୨୦୦୮ ମୁମ୍ବାଇ ଆତଙ୍କୀ ଆକ୍ରମଣର ଟ୍ରେନିଂ ସ୍ଥଳ ଧ୍ବଂସ କରାଯାଇଛି। ଆଜମଲ କସାବ ଓ ଡେଭିଡ ହେଡ୍ଲି ସେଠାରେ ତାଲିମ ନେଇଥିଲା। ଏଥିସହ ମୁରିଡକେରେ ଥିବା ସେମାନଙ୍କ ଟ୍ରେନଂ ସେଣ୍ଟର ମାଟିରେ ମିଶିଛି। ପାକିସ୍ତାନର ୬ କିମି ଭିତରେ ସିଆଲକୋଟର ସର୍ଜଲ କ୍ୟାମ୍ପ୍କୁ ଧ୍ବଂସ କରାଯାଇଛି।
LoC ଠାରୁ ୯ରୁ ୧୩ କିମି ଦୂର ଥିବା ମାର୍କାଜ ଆବ୍ବାସ, କୋଟ୍ଲି କ୍ୟାମ୍ପ୍ ନଷ୍ଟ କରାଯାଇଛି। ଏଠାରେ leT କ୍ୟାମ୍ପ୍ କରି ଆତଙ୍କୀ ପ୍ରସ୍ତୁତ କରୁଥିଲା। ସିଅଲକୋଟରେ ଥିବା ମେହମୁନା ଜୋୟା କ୍ୟାମ୍ପ୍ ଧ୍ବଂସ କରାଯାଇଛି।ହେଲେ କୌଣସି ସୈନ୍ୟ ଠିକଣାକୁ ଟାର୍ଗେଟ କରାଯାଇନି। କୌଣସି ସାମରିକ ଅନୁଷ୍ଠାନ ଉପରେ ଭାରତ ଆକ୍ରମଣ କରିନି। ପାକିସ୍ତାନରେ ବେସାମରିକ ଲୋକଙ୍କ ମୃତ୍ୟୁ ସୂଚନା ମଧ୍ୟ ଆସିନି। ସଠିକ୍ ଗୁଇନ୍ଦା ସୂଚନା ଅନୁସାରେ ଅପରେସନ୍ କରାଯାଇଛି ବୋଲି ପ୍ରେସମିଟ୍ରେ ସୂଚନା ଦିଆଯାଇଛି।
