ଆଜି ଘୋଷଣା ହୋଇପାରେ ୯ଟି ନୂଆ ଏନଏସି
ଆଜି ସ୍ବାୟତ୍ତ ଶାସନ ଦିବସ । ରାଜ୍ୟରେ ୨୧ଟି ନୂଆ ଏନ୍ଏସି ଗଠନ ହେବା ନେଇ ମୁଖ୍ୟମନ୍ତ୍ରୀ ସ୍ବାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏଥିରୁ ୧୨ଟି ଏନ୍ଏସି ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅବସରରେ ୯ଟି ନୂଆ ଏନଏସି ଘୋଷଣା କରିପାରନ୍ତି ରାଜ୍ୟ ସରକାର। ସାଲେପୁର, ଟାଙ୍ଗୀ, ଯଶୀପୁର, କପ୍ତିପଦା, ଲୋଇସିଂହାକୁ ଏନଏସି ମାନ୍ୟତା ମିଳିପାରେ ।ଏହାସହ ଖଇରା, ଗଁଦିଆ, ସୋହେଲା ଓ ବଣାଇକୁ ଏନଏସି ଘୋଷଣା କରିପାରନ୍ତି ସରକାର । ଗତ ଅଗଷ୍ଟ ୧୭ ତାରିଖରେ ୧୨ଟି ନୂଆ ଏନଏସି ଘୋଷଣା ହୋଇଥିଲା । ଯାହା ରାଜ୍ୟରେ ବିକାଶକୁ ଆହୁରି ସୁଦୃଢ କରିବ । ରାଜ୍ୟରେ ୨୧ଟି ନୂଆ ଏନଏସି ଗଠନ ପାଇଁ ସ୍ବାଧୀନତା ଦିବସରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିରୁ ୧୨ଟି ଏନଏସି ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ତେଣୁ ବାକି ୯ଟି ଏନଏସି ଆଜି ଆଜି ଘୋଷଣା ହୋଇପାରେ ।
