ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା

ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ୍ କଲେଜ୍

ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ୍ କଲେଜ୍ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା। ରାଜ୍ୟରେ ଆଉ ୯ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ MBBS କଲେଜ ପ୍ରତିଷ୍ଠା ହେବ। ଏପରିକି ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର ଏବଂ ବଲାଙ୍ଗୀରରେ ୪ଟି ଡେଣ୍ଟାଲ କଲେଜ ହେବା ସହ ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦ କଲେଜ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବା ନେଇ ବଜେଟ ଅନୁମୋଦନ ହୋଇଛି।