ତେଲେଙ୍ଗାନାରେ ୯ ଜଣ ମାଓବାଦୀ ଆତ୍ମସମର୍ପଣ

ଆତ୍ମସମର୍ପଣ କଲେ ୯ ନକ୍ସଲ

ହିଂସା ଓ ଅସ୍ତ୍ର ଛାଡ଼ି ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ପୋଲିସ ନିକଟରେ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୁଲୁଗୁ ଜିଲ୍ଲା ଏସ ମହେଶ ଗିଟେଙ୍କ ଏବଂ ସିଆରପିଏଫ କମାଣ୍ଡାଣ୍ଟଙ୍କ ସମ୍ମୁଖରେ ଏହି ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ସରକାରଙ୍କ ତରଫରୁ ଏହି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ପୋଲିସ କହିଛି। ଏଥିସହ ଏମାନଙ୍କ ପରିବାରକୁ ଖବର ଦିଆଯିବା ସହ କିପରି ଏମାନେ ସାଧାରଣ ଜୀବନଯାପନ କରିବେ ସେନେଇ ପୁଲିସ ବୁଝାଇଥିବା କୁହାଯାଇଛି। ଆଗାମୀ ଦିନରେ ଆଉ ନକ୍ସଲ ସଂଗଠନରେ ଯେପରି ଏମାନେ କାମ ନକରିବେ ସେଥିପାଇଁ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ଏମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *