ମାଲକାନଗିରି ହିଂସାକାଣ୍ଡ ମାମଲାରେ ଆଜି ଆଉ ୯ ଜଣ ଗିରଫ

ମାଲକାନଗିରି ହିଂସାକାଣ୍ଡ ମାମଲାରେ ଆଜି ଆଉ ୯ ଜଣ ଗିରଫ

ମାଲକାନଗିରି ହିଂସାକାଣ୍ଡ ମାମଲାରେ ଆଜି ଆଉ ୯ ଜଣ ଗିରଫ । ପୂର୍ବରୁ ୬ ଜଣ ଗିରଫ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଗିରଫ ସଂଖ୍ୟା ୧୫ରେ ପହଞ୍ଚିଛି। ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୋଜୁଛି ପୋଲିସ । ସେପଟେ ଏମଭି 26 ଓ ରାଖାଲଗୁଡା ଗାଁରୁ BNS ର ଧାରା 163 ହଟିଥିବା ବେଳେ ଇଣ୍ଟରନେଟ କଟକଣା ଆସନ୍ତାକାଲି ଦିନ ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଜିଲ୍ଲା ପ୍ରଶାସନ ତରଫରୁ ଏମଭି ୨୬ ଗାଁରେ ରିଲିଫ ସାମଗ୍ରୀ ବଣ୍ଟା ଯାଉଛି । ଥଇଥାନ କାର୍ଯ୍ୟ ଜାରି ରହିଛି । ଭାରତୀୟ ରେଡ଼କ୍ରସ ତରଫରୁ ମାଲକାନଗିରି ଜିଲ୍ଲାରେ ପହଞ୍ଚିଛି ରିଲିଫ ସାମଗ୍ରୀ । ୧୯୫୮ରେ ଦଣ୍ଡକାରଣ୍ୟ ଥଇଥାନ ଯୋଜନାରୁ ବଙ୍ଗୀୟ ଶରଣାର୍ଥୀ ଓ ଆଦିବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ନିକଟରେ ଲାକେ ପଡ଼ିଆମୀଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଦୁଇ ଗାଁ ରାଖାଲଗୁଡ଼ା ଓ ଏମଭି ୨୬ ମୁହାଁମୁହିଁ ହୋଇଥିଲେ । ପ୍ରଶାସନ ପକ୍ଷରୁ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ।

Leave a Reply

Your email address will not be published. Required fields are marked *