୯ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ
ଛତିଶଗଡ଼ ସୁକମାରେ ୯ଜଣ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ। ୨ ମହିଳା ମାଓବାଦୀଙ୍କ ସମେତ ୯ ଜଣ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୯ଜଣ ମାଓବାଦୀଙ୍କ ନାଁରେ ୪୩ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲ ।ସୂଚନା ଯୋଗ୍ୟ, କିଛି ଦିନ ତଳେ ଛତିଶଗଡ଼ର ବିଜାପୁର ଜିଲାରେ ଯବାନମାନେ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଶକ୍ତିଶାଳୀ ବିସ୍ଫୋରକ ଉପକରଣ (ଆଇଇଡି) ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆର୍ଜି)ର ୮ ଯବାନ ଏବଂ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଗତ ୨ ବର୍ଷ ମଧ୍ୟରେ ମାଓବାଦୀମାନଙ୍କ ଛତିଶଗଡ଼ରେ ଏହା ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି।ଅନ୍ୟପକ୍ଷେ ଛତିଶଗଡ଼ରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୮ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି।