ବିଧାନସଭା ଅଧିବେଶନର ଅଷ୍ଟମ ଦିନ

ଗୃହରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଉପରେ ହେବ ଆଲୋଚନା

ସପ୍ତଦଶ ବିଧାନସଭା ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ । କୃଷି ଓ କୃଷକ ସଶକ୍ତି କରଣ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ଶକ୍ତି,ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଉପରେ ପ୍ରଶ୍ନକାଳ ରହିଛି l ଗୃହର ସଦସ୍ୟ ମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ପଚାରିପାରିବେ l ଅନ୍ୟପଟେ ଶୂନ୍ୟକାଳରେ ବେଶ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଓ ଶାସକ ଗୃହରେ ଉଠାଇବେ l ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ l ୯୫ ହଜାର କୋଟି ଲେଖା ଅନୁଦାନକୁ ବ୍ୟୟ ମଂଜୁର ବିଲ ଜରିଆରେ ପାରିତ କରାଯିବ ରହିଛି ଯୋଜନା।

Leave a Reply

Your email address will not be published. Required fields are marked *