ତେଲେଙ୍ଗାନା ପୋଲିସ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ

ଆତ୍ମସମର୍ପଣ କଲେ ୮୬ ମାଓବାଦୀ

ପୁଣି ପୋଲିସ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ । ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ । ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ନକ୍ସଲଙ୍କ ଆତ୍ମସମର୍ପଣ । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରୁ ୨୦ ଜଣ ମହିଳା ମାଓବାଦୀ ଅଛନ୍ତି ।  ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ବିଜାପୁର ଏବଂ ସୁକମା ଅଞ୍ଚଳର ସୂଚନା । ତେବେ ଜଙ୍ଗଲରେ ଏଭଲି ହିଂସ୍ର ଜୀବନ ଛାଡି ସେମାନେ ସେମାନଙ୍କ ପରିବାର ସହ ବାକି ତକ ଜୀବନ ବିତାଇବାକୁ ଆତ୍ମସମର୍ପଣ କରିଥିବା କହିଛନ୍ତି । ପୂର୍ବରୁ ବିଜାପୁର ଜେଲରେ ୫୦ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରି ସାରିଛନ୍ତି । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବସ୍ତର ଗସ୍ତ ସମୟରେ ନକ୍ସଲ ବିରୋଧୀ ଅଭିଯାନକୁ ମିଳିଛି ଏହି ବଡ ସଫଳତା । ଏହି ଘଟଣା ପରେ ସୁରକ୍ଷା ବଳ ଓ ସରକାରଙ୍କ ରଣନୀତିକୁ ଶକ୍ତି ଯୋଗାଇବ ବୋଲି କୁହାଯାଉଛି ।  ସମସ୍ତ ନକ୍ସଲ ହତିଆର ସହ ଆତ୍ମସମର୍ପଣ କରିଛନ୍ତି । ଏହି ନକ୍ସଲମାନେ ଦୀର୍ଘ ଦିନରୁ ଛତିଶଗଡ ବିଜାପୁର, ସୁକମା ଓ ଦାନ୍ତେୱାଡାରେ ନକ୍ସଲ ଅପରେସନରେ ସକ୍ରିୟ ଥିଲେ । ତେବେ ତେଲେଙ୍ଗାନା ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ନକ୍ସଲ ବିରୋଧୀ ଅଭିଯାନ ’ଚେୟୁଥା’ ଅପରେସନ୍ ସମୟରେ ସୁରକ୍ଷା ବଳକୁ ଏଭଳି ସଫଳତା ମିଳିଛି । ଯାହା ମୋଦୀ ସରକାରଙ୍କ ନକ୍ସଲ ମୁକ୍ତ ଭାରତ ସ୍ବପ୍ନକୁ ସାକାର କରିବାକୁ ବାଟ କଢାଇଛି ।

Leave a Reply

Your email address will not be published. Required fields are marked *