ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ
ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ନୂଆ ଦିଲ୍ଲୀର କର୍ତ୍ତବ୍ୟ ପଥ ଓ ଭୁବନେଶ୍ୱରରେ ଗାନ୍ଧୀମାର୍ଗରେ ଗଡିବ ପ୍ରଜ୍ଞାପନ ମେଢ । ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଆୟୋଜନ ହୋଇଛି ମେଢ । ରାଜ୍ୟ ସରକାରଙ୍କ ୧୨ ଟି ବିଭାଗ ଏବଂ ଗୋଟିଏ ନଗମ ପକ୍ଷରୁ ମୋଟ ୧୩ ଟି ମେଢ ଗଡିବöଏଥର ଦିଲ୍ଲୀରେ ବି ଦେଖିବାକୁ ମିଳିବ ଓଡ଼ିଶାର ମେଢ । ଆମର ସମ୍ବିଧାନ ୨୬ ଜାନୁଆରୀରେ କାର୍ଯ୍ୟକାରୀ ହେଲା, ତେଣୁ ପ୍ରତିବର୍ଷ ଦେଶର ଗଣତନ୍ତ୍ର ଦିବସ ଏହି ତାରିଖରେ ପାଳନ କରାଯାଏ। ଚଳିତ ବର୍ଷ ଭାରତର ଗଣତନ୍ତ୍ର ଦିବସ ୭୫ ତମରେ ପହଞ୍ଚିଛି। ପ୍ରତିବର୍ଷ ଏହି ଅବସରରେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥାଏ। ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି। ଚଳିତ ବର୍ଷ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ୭୫ ତମ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବରେ ଅଛନ୍ତି।