ମୁମ୍ବାଇରେ ଅତ୍ୟଧିକ ବର୍ଷା ନେଇ IMD ରେଡ୍ ଆଲର୍ଟ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ପାଇଁ ୭୨ ଘଣ୍ଟାର ହାଇ ଆଲର୍ଟ ଜାରି

ମୁମ୍ବାଇ ସମେତ ଆଖପାଖ ଜିଲ୍ଲାରେ ଅତ୍ୟଧିକ ବର୍ଷା ନେଇ ଆଜି IMD ରେଡ୍ ଆଲର୍ଟ ଜାରି କରିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହାଇ ଆଲର୍ଟ ଜାରି କରାଯାଇଛି । ସୂଚନାନୁଯାୟୀ, ମୁମ୍ବାଇ ସମେତ ଥାଣେ, ପାଲଘର, ରାୟଗଡ଼ ଏବଂ ରତ୍ନଗିରି ଜିଲ୍ଲାକୁ  ରେଡ୍ ଆଲର୍ଟ ଜାରି କରାଯାଇଛି । IMD ଏହି ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି।ଏହା ବ୍ୟତୀତ ସିନ୍ଧୁଦୁର୍ଗ ଏବଂ ନାସିକର ଘାଟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ କୋଙ୍କଣ ବେଲ୍ଟ ଏବଂ ଉତ୍ତର ମହାରାଷ୍ଟ୍ର ପ୍ରବଳ ବର୍ଷାର ସମ୍ମୁଖୀନ ହୋଇପାରେ ବୋଲି ଆଇଏମଡି ସ୍ପଷ୍ଟ କରିଛି । କିନ୍ତୁ ମହାରାଷ୍ଟ୍ର, ମରାଠୱାଡା ଏବଂ ବିଦର୍ଭରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ଜରୁରୀକାଳୀନ ଅପରେସନ୍ସ ସେଣ୍ଟର (SEOC) ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ।ସେପଟେ ଅଧିକାରୀମାନଙ୍କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।