ପୁଣି ମିଳିଲା ବିସ୍ଫୋରକ

ସରଣ୍ଡା ଜଙ୍ଗଲରୁ ପ୍ରାୟ ୭୦୦ କେଜି ବିସ୍ଫୋରକ ଜବତ

ପୁଣି ମିଳିଲା ବିସ୍ଫୋରକ । ସରଣ୍ଡା ଜଙ୍ଗଲରୁ ପ୍ରାୟ ୭୦୦ କେଜି ବିସ୍ଫୋରକ ଜବତ । କୁମ୍ବିଂ ଅପରେସନ ବେଳେ ବିସ୍ଫୋରକ ଉଦ୍ଧାର କଲା ସୁରକ୍ଷା ବାହିନୀ । ଗତ ୨୭ ତାରିଖରେ ୪ ଟନ୍ ରୁ ଅଧିକ ବିସ୍ଫୋରକ ଲୁଟ୍ ହୋଇଥିଲା । କେ . ବଲାଙ୍ଗ ବାଙ୍କୋ ଖଣିକୁ ଟ୍ରକରେ ୪ ଟନରୁ ଅଧିକ ବିସ୍ଫୋରକ ଆସୁଥିବାବେଳେ ସନ୍ଦିଗ୍ଧ ମାଓବାଦୀ ଲୁଟି ନେଇଥିଲେ । ଏହି ଘଟଣା ପରେ ଓଡ଼ିଶା, ଜାଡ଼ଖଣ୍ଡ ଓ ଛତିଶଗଡ଼ରେ ହାଇ ଆଲର୍ଟ ଜାରି ହୋଇଥିଲା । ପ୍ରଥମ ଥରରେ ୧୫୭ କେଜି ବିସ୍ଫୋରକ ଜବତ ହୋଇଥିବାବେଳେ ଗତ ୨ ତାରିଖରେ ତିରିଲିପୋଷିରୁ ୨.୫ ଟନ୍ ଲୁଟ ବିସ୍ଫୋରକ ଜବତ ହୋଇଥିଲା । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।