ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି

ପୁଣି ୭ ନୂଆ କରୋନା ପଜିଟିଭ୍ ଚିହ୍ନଟ

ପୁଣି ଚିହ୍ନଟ ହେଲେ ୭ ନୂଆ କରୋନା ପଜିଟିଭ୍। ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକରେ ୯ ପଜିଟିଭ୍ । ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବରରୁ ଜଣେ ଲେଖାଏଁ । ଖୁବ୍‌ଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ରାଜ୍ୟ ସରକାର । ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି’ । ପ୍ରତିଦିନ କିଛି କିଛି ରୋଗୀ ଚିହ୍ନଟ ହେଉଛନ୍ତି’ । ବର୍ତ୍ତମାନ ସୁଦ୍ଧା ୭ ଆକ୍ରାନ୍ତ ସୁସ୍ଥ ହେଲେଣି’ । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩ ରହିଛି’ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ମାର୍ଗଦର୍ଶିକା ଆଣିପାରନ୍ତି’। ଏନେଇ ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ଆଜି ରାଜ୍ୟରେ ଆଉ ୭ନୂଆ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ହୋଇଛି । ସେଥିରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୬ଜଣ, କଟକରେ ୯ଜଣ, ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ କରୋନା ଉପରମୁହାଁ ହୋଇଛି । ୫ହଜାର ୩୬୪ରେ ପହଂଚି ଆକ୍ଟିଭ କେସ୍‍ । ସୁସ୍ଥ ହୋଇଛନ୍ତି ୪ହଜାର ୭୨୪ଜଣ । ଗତ ୨୪ଘଣ୍ଟାରେ ୪୮୯ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି ।