ବିମାନ ସେବା କ୍ଷେତ୍ରରେ ଓଡ଼ିଶା ହେବ ଆଞ୍ଚଳିକ ହବ

କ୍ୟାବିନେଟ୍‌ ବୈଠକରେ ୬ ବିଭାଗର ୭ଟି ପ୍ରସ୍ତାବରେ ବାଜିଲା ମୋହର

୬ ବିଭାଗର ୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର ।  ସମବାୟ ବିଭାଗର ହେବ ମଡେଲ ମଣ୍ଡି ।  ପ୍ରଥମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି ପାଇଁ ଖର୍ଚ୍ଚ ହେବ ୩ଶହ କୋଟି ଟଙ୍କା ।  ମଣ୍ଡିରେ ଗୋଦାମ, ଶୌଚାଳୟ, ଟ୍ରକ ପାର୍କିଂ ଆଦି ସୁବିଧା ରହିବ । ଦ୍ବିତୀୟ ପର୍ଯ୍ୟାୟରେ ୬୮ଟି ମଣ୍ଡି ହେବ । ସେହିପରି ବିମାନ ସେବା କ୍ଷେତ୍ରରେ ଓଡ଼ିଶା ହେବ ଆଞ୍ଚଳିକ ହବ । ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।  ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିଶ୍ୱସ୍ତରୀୟ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ। 

ବିମାନ ରକ୍ଷଣାବେକ୍ଷଣ ପାଇଁ ଏୟାରପୋର୍ଟ ଭିତରେ ୪୦ ପ୍ରତିଶତ ସବସିଡିରେ ଜମି ରେଣ୍ଟ ଦେବେ ସରକାର ।ଏଥିପାଇଁ ମେସର୍ସ ଏୟାର ୱାର୍କସ ଇଣ୍ଡିଆ PVT LTD କମ୍ପାନୀକୁ ଚୟନ କରିଛନ୍ତି ସରକାର । ସେହିପରି ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ ସ୍ୱତନ୍ତ୍ର ସଂଗ୍ରହାଳୟ ପାଇଁ ନିଯୁକ୍ତି ପାଇଁ ଗଠନ ହେବ କ୍ୟାଡର ।  ରାଜ୍ୟରେ ୧୭ଟି ମ୍ୟୁଜିୟମ ଥିବା ବେଳେ ଆଗକୁ ୩୯ଟି ମ୍ୟୁଜିୟମ କରିବାକୁ ସରକାର ଯୋଜନା କରୁଛନ୍ତି ।  ରାଜ୍ୟରେ ୮ଟି ସରକାରୀ ନର୍ସିଂ କଲେଜ ସହ ୨୧ଟି ଏଏନଏମ ସେଣ୍ଟର ଅଛି । ଆଉ ୭ଟି ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।