ପାନ, ଗୁଟଖାରୁ ୬୫୯୫.୫୫ କୋଟି ଟିକସ
ବ୍ୟାନ ସତ୍ତ୍ୱେ ପାନ, ଗୁଟଖାରୁ ବଢୁଛି ରାଜସ୍ଵ। ୧୦ ବର୍ଷରେ ପାନ ମସଲା, ଗୁଟ୍ଖା, ତମାଖୁରୁ ମିଳିଛି ୬୫୯୫.୫୫ କୋଟି। କ୍ରମାଗତ ଭାବେ ବଢ଼ୁଛି ଗୁଟ୍ଖା, ତମାଖୁ ଟିକସ ଆୟ । କେବଳ ୨୦୨୪-୨୫ରେ ୧ ହଜାର ୪୭ କୋଟି ଟଙ୍କା ଆଦାୟ । ୧୬ଟି ରାଜ୍ୟରୁ ଓଡ଼ିଶାକୁ ଆସୁଛି ପାନ ମସଲା, ଗୁଟ୍ଖା, ତମାଖୁ। ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଗୁଟ୍ଖା ଓ ପାନମସଲା ଉପରେ ଲାଗିଛି କଟକଣା । ଏହା ସତ୍ତ୍ୱେ ଗୁଟ୍ଖା ଓ ପାନମସଲା ବିକ୍ରି ତ ବନ୍ଦ ହୋଇପାରିଲା ନାହିଁ, ବରଂ ଏ ବାବଦରେ ବର୍ଷକୁ ବର୍ଷ ରାଜସ୍ୱ ବଢି ବଢି ଚାଲିଛି । ରାଜ୍ୟରେ ଗୁଟ୍ଖା ପ୍ରସ୍ତୁତି ସମେତ ଅବାଧ ବିକ୍ରିକୁ ସମସ୍ତେ ଦେଖୁଛନ୍ତି । ହେଲେ ଧର୍ମକୁ ଆଖିଠାର ମାରିଲା ଭଳି ସରକାରୀ କଟକଣାକୁ କେହି କାର୍ଯ୍ୟକାରୀ କରୁନାହାନ୍ତି । ଏପରିକି ଏହାର ନିୟନ୍ତ୍ରଣ ଦାୟିତ୍ୱରେ ଥିବା ପୁଲିସ୍ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରେ ଅନେକ ଗୁଟ୍ଖା ସେବନ କରୁଥିବା ଦେଖିବାକୁ ମିଳୁଛି ।
