କାଳୀ ପୂଜା ଭସାଣି ପାଇଁ କଟକରେ ମୁତୟନ ହୋଇଛନ୍ତି ୬୪ ପ୍ଲାଟୁନ ପୋଲିସ ଫୋର୍ସ
କଟକରେ କାଳୀ ଭସାଣି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ସହରରେ ମୁତୟନ ହୋଇଛନ୍ତି ୬୪ ପ୍ଲାଟୁନ ପୋଲିସ ଫୋର୍ସ । ୪୦୦ ପୋଲିସ ଅଧିକାରୀ ସଜାଗ ଅଛନ୍ତି । ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ବିଶେଷ ବନ୍ଦୋବସ୍ତ କରିଛି କମିଶନରେଟ୍ ପୋଲିସ୍ । ତାପୂର୍ବରୁ ସହରର ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ଗଳି କନ୍ଦିରେ ତନ୍ନତନ୍ନ କରି କରି ପଇଁତରା ମାରିଛନ୍ତି ସୁରକ୍ଷାକର୍ମୀ ।ଗତକାଲି ରାତିରୁ ବିସର୍ଜନ ଆରମ୍ଭ ହୋଇଛି। କିଛି ମେଢ଼ ଦେବୀଗଡ଼ା କୃତ୍ରିମ ପୋଖରୀରେ ବିସର୍ଜନ କରାଯାଇଛି । ଆଜି ଭସାଣି ଶୋଭାଯାତ୍ରାରେ କଟକ ସହରର ୭୦ ରୁ ଅଧିକ କାଳୀ ମେଢ଼ ସାମିଲ ହୋଇଛନ୍ତି । ଭସାଣୀ କଟକ ପୋଲିସ ଛାଉଣୀ ପାଲଟିଛି। ଅପରାହ୍ନରେ ନିଜ ନିଜ ସାହି ପରିକ୍ରମା କରିବା ପରେ ଗୋଟିଏ ରୁଟରେ ସମସ୍ତ ପୂଜା ମଣ୍ଡପ ଭସାଣି ଶୋଭାଯାତ୍ରାରେ ସାମିଲ ହେବେ।
