ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି

ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି। ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ୍‌ ସ୍କୁଲରେ ମିଳିବ ନିଯୁକ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି । ନୂଆ TGT ନିଯୁକ୍ତ ହେବା ଯାଏଁ ଏମାନେ ଶିକ୍ଷକତା କରିବେ । ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବୀ ବିଷୟରେ ଅବଗତ କରିବେ ଡିଇଓ । ଖାଲି ପଦବୀରେ TGT ନିଯୁକ୍ତ ହେଲେ ଅତିଥି ଶିକ୍ଷକ ଅପସାରିତ ହେବେ ।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ନୂଆ ଶିକ୍ଷକ ନିଯୁକ୍ତ ହେବା ଯାଏ ଏହି ଅତିଥି ଶିକ୍ଷକମାନେ କାର୍ଯ୍ୟ କରିବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବି ବିଷୟରେ ମାଧ୍ୟମିକ ଶିକ୍ଷା ପରିଷଦକୁ ଜଣାଇବେ। ଏହି ଆଧାରରେ ନିଯୁକ୍ତି ଦିଆଯିବ। ଖାଲି ପଡ଼ିଥିବା ପଦବିରେ ସ୍କୁଲରେ ଟିଜିଟି ଶିକ୍ଷକ ନିଯୁକ୍ତି ହୁଅନ୍ତି କିମ୍ବା ଆସନ୍ତି ତେବେ ନିଯୁକ୍ତ ହୋଇଥିବା ଅତିଥି ଶିକ୍ଷକଙ୍କୁ ସେହି ସ୍କୁଲରୁ ଅପସାରଣ କରାଯିବ।

One thought on “ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି

Comments are closed.