ରାଜ୍ୟରେ ଦାରିଦ୍ର୍ୟ ହାର ୧୫.୬୮ ପ୍ରତିଶତ

ରାଜ୍ୟରେ ଦାରିଦ୍ର୍ୟ ହାର ୧୫.୬୮ ପ୍ରତିଶତ

ରାଜ୍ୟରେ ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ୬୨.୬ ଲକ୍ଷ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ନିତି ଆୟୋଗ ପ୍ରକାଶ କରିଥିବା ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ ଆଲୋଚ୍ୟ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୨୯.୩୫ ପ୍ରତିଶତରୁ ହ୍ରାସ ପାଇ ୧୫.୬୮ ପ୍ରତିଶତ ହୋଇଛି । ଜାତୀୟ ସ୍ତରରେ ବହୁମୁଖୀ ଦାରିଦ୍ର୍ୟ ହାର ୧୪.୯୬ ପ୍ରତିଶତ ରହିଛି। ରାଜ୍ୟ ଅର୍ଥନୀତିର ପ୍ରଦର୍ଶନ ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ସ୍ଥିର ମୂଲ୍ୟ ଅନୁସାରେ ୨୦୧୯-୨୦ରେ ରାଜ୍ୟର ଅଭିବୃଦ୍ଧି ୨.୮ ପ୍ରତିଶତ ଥିଲା। କରୋନା ମହାମାରୀ ବ୍ୟାପିଥିବା ବର୍ଷ ୨୦୨୦-୨୧ରେ ଅଭିବୃଦ୍ଧି ୨.୮ ପ୍ରତିଶତ ହ୍ରାସ ପାଇଥିଲା। ୨୦୨୧-୨୨ରେ ତାହା ପୁଣି ଥରେ ତ୍ବରାନ୍ବିତ ହୋଇ ୧୦.୬ ପ୍ରତିଶତ ହୋଇଥିଲା । ୨୦୨୨-୨୩ରେ ୭.୯ ପ୍ରତିଶତ ହାରରେ ଦୌଡ଼ିଥିବା ଓଡ଼ିଶାର ଅଭିବୃଦ୍ଧି ୨୦୨୩-୨୪ରେ ୮.୫ ପ୍ରତିଶତ ରହିବ ବୋଲି ଅଗ୍ରିମ ଆକଳନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *