୬୦ଟି ସିଟ ପାଇଁ ଟିକେଟ ଫାଇନାଲ କରିସାରିଛି କଂଗ୍ରେସ

‘କଂଗ୍ରେସର ୬୦ ଟିକେଟ ଫାଇନାଲ’

୨୦୨୪ ନିର୍ବାଚନକୁ ନେଇ ବଡ଼ ବୟାନ ଦେଇଛନ୍ତି ତାରାପ୍ରସାଦ ବାହିନୀପତି । ତାରା କହିଛନ୍ତି ଆଗାମି ନିର୍ବାଚନକୁ ଆଖିଆଗରେ ରଖି ୬୦ଟି ସିଟ ପାଇଁ ଟିକେଟ ଫାଇନାଲ କରିସାରିଛି କଂଗ୍ରେସ । ୯ଟି ବାଧାନସଭା ଆସନ ପାଇଁ ଦଳ ବିଧାୟକ ପ୍ରାର୍ଥୀ ନିଶ୍ଚିତ କରିସାରିଛି । ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଆଗୁଆ ଟିକେଟ ଦେବ । ଆସନ୍ତା ଫେବ୍ରୁଆରୀ ଶେଷ ସୁଦ୍ଧା କଂଗ୍ରେସ ଟିକେଟ ଘୋଷଣା କରିବ ବୋଲି କହିଛନ୍ତି ତାରା ବାହିନୀପତି । ଆସନ୍ତା ଫେବ୍ରୁଆରୀରେ ରାହୁଲ ଗାନ୍ଧିଙ୍କ ସମେତ ଅନେକ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସିବେ । ଭାରତ ଯୋଡ ନ୍ୟାୟ ଯାତ୍ରାରେ କଂଗ୍ରେସର ହେଭିୱେଟ ଚେହେରା ଓଡ଼ିଶା ଆସିବେ । ଗତ ନିର୍ବାଚନରେ ଅନେକ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ କମ ଭୋଟରେ ପରାଜିତ ହୋଇଥିଲେ । ତେଣୁ ଏଥର ସର୍ଭେ ଅନୁଯାୟୀ ଟିକେଟ ବଣ୍ଟନ ହେବ ବୋଲି କହିଛନ୍ତି ତାରା । ଏହାସହ ନିର୍ବାଚନ ପୂର୍ବରୁ ଅନେକ ବଡ ଚେହେରା ହାତ ଧରିବେ ବୋଲି ସେ କହିଛନ୍ତି । ତେବେ ତାରାଙ୍କ ଏହି ବୟାନ ପରେ କଂଗ୍ରେସ ମହଲରେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ନୂଆ ପ୍ରଭାରୀ ଦାୟିତ୍ୱ ନେବା ପରେ ଆକ୍ଟିଭମୋଡକୁ ଆସିବା ସହ ୨୦୨୪ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ କଂଗ୍ରେସ ।