ରାଜ୍ୟରେ ଖାଲି ପଡିଛି ୬ ହଜାର ୭୬୦ ଡାକ୍ତର ପଦବୀ

ରାଜ୍ୟରେ ଖାଲି ପଡିଛି ୬ ହଜାର ୭୬୦ ଡାକ୍ତର ପଦବୀ

ରାଜ୍ୟରେ 19 ହଜାର 984 ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ସେଥିରୁ 6 ହଜାର 760 ଡାକ୍ତର ପଦବୀ ଖାଲି । 5 ହଜାର 822 ଡାକ୍ତର ପଦବୀ ପୂରଣ ପାଇଁ OPSC କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ 12ଟି ମେଡିକାଲ କଲେଜ, 2ଟି ଡେଣ୍ଟାଲ କଲେଜ, 6ଟି ବେସରକାରୀ ମେଡିକାଲ କଲେଜ, ଗୋଟିଏ ଏମ୍ସ ଏବଂ 2ଟି ପିଜି ଶିକ୍ଷାନୁଷ୍ଠାନ ଅଛି । ଯେଉଁ ଜିଲ୍ଲାରେ ମେଡିକାଲ କଲେଜ ନାହିଁ, ସେଠାରେ ପର୍ଯ୍ୟାୟକ୍ରମେ ମେଡିକାଲ କଲେଜ ଖୋଲିବା ପାଇଁ ପ୍ରସ୍ତାବ ସରକାରଙ୍କ ପାଖରେ ବିଚାରାଧୀନ ଅଛି । ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Leave a Reply

Your email address will not be published. Required fields are marked *