ବଳଙ୍ଗା ପୀଡ଼ିତାକୁ ନ୍ୟାୟ ଦାବିରେ ଆଜି ପୁରୀ ବନ୍ଦ

୬ ଘଣ୍ଟିଆ ପୁରୀ ବନ୍ଦ, ଟାୟାର୍ ଜାଳି ବିଜେଡିର ପ୍ରତିବାଦ

ବଳଙ୍ଗା ପୀଡ଼ିତାକୁ ନ୍ୟାୟ ଦାବିରେ ଆଜି ପୁରୀ ବନ୍ଦ । ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ ବନ୍ଦ ପାଳନ କରାଯିବ । ୬ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜୁ ଜନତା ଦଳ । ପିପିଲି ଟୋଲଗେଟ୍ ସାମ୍ନାରେ ରାସ୍ତା ବନ୍ଦ କରିଛି ଦଳ । ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି । ତେବେ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ପୀଡ଼ିତାଙ୍କ ମୃତ୍ୟୁ ଏବେ ସମ୍ପୂର୍ଣ୍ଣ ରହସ୍ୟ ଘେରରେ ରହିଛି। ପୋଲିସର ତଦନ୍ତ ଉପରେ ମଧ୍ୟ ବିଜେଡ଼ି ପ୍ରଶ୍ନ ଉଠାଇଛି । ଯଥାଶୀଘ୍ର ଘଟଣାର ସତ୍ୟାସତ୍ୟ ସରକାର ଉନ୍ମୋଚନ କରନ୍ତୁ ବୋଲି ବିଜେଡି ଦାବି କରିଛି l ପିଡୀତା ପରିବାରକୁ ନ୍ୟୟ ଦାବି କରି ପୁରୀରେ ଦୋକାନ ବଜାର ବନ୍ଦ ସହ ଗାଡି ମୋଟର ଚଳା ଚଳ ବନ୍ଦ କରିବା ଲାଗି ନିବେଦନ କରିଛି ବିଜେଡି । ବଳଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ନ୍ୟାୟ ଦାବି କରି ପୁରୀରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ପୁରୀ ଜିଲ୍ଲା ବିଜେଡି ।

One thought on “ବଳଙ୍ଗା ପୀଡ଼ିତାକୁ ନ୍ୟାୟ ଦାବିରେ ଆଜି ପୁରୀ ବନ୍ଦ

Comments are closed.