ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଘଟଣ

ପ୍ରବଳ ବର୍ଷା ଓ ବଜ୍ରପାତ ନେଲା ୬ ଜଣଙ୍କ ଜୀବନ

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଘଟଣ । ପ୍ରବଳ ବର୍ଷା ଓ ବଜ୍ରପାତରେ ୬ ଜଣଙ୍କ ଜୀବନ ଯାଇଛି । ୮ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ବସ୍ତା ବ୍ଲକ ଅନ୍ତର୍ଗତ ବେଲ ଗାଁ, ପଣସାପଡ଼ା, ପତ୍ରଝଡ଼ା ଗାଁର କିଛି ଲୋକ ବିଲରେ କାମ କରୁଥିବା ବେଳେ ବର୍ଷା ମାଡ଼ି ଆସିଥିଲା । ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ସହ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରିଥିଲେ । ଗୁରୁତରଙ୍କୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।