୫-ଟି ସ୍କୁଲ ଦୁର୍ନୀତିର ହେବ ତଦନ୍ତ
ବିଧାନସଭାରେ ୫-ଟି ସ୍କୁଲରେ ଦୁର୍ନୀତି ପ୍ରସଙ୍ଗ। ବିଧାୟକ ଭାସ୍କର ମଢେଇଙ୍କ ପ୍ରଶ୍ନ 5T ସ୍କୁଲରେ ଦୁର୍ନୀତିର ତଦନ୍ତ ହୋଇଛି କି ଏବଂ ଦୁର୍ନୀତିର ତଦନ୍ତ ଦାବି କଲେ ବିଧାୟକ । ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । କହିଛନ୍ତି ଯେଉଁଠି 5T ସ୍କୁଲରେ ଦୁର୍ନୀତିର ଅଭିଯୋଗ ଆସିଛି, ତେବେ ସେଠାରେ ତଦନ୍ତ ହୋଇଛି । ଆଗକୁ ବି ଯଦି ଦୁର୍ନୀତି ହୋଇଥିବା ନଜରକୁ ଆସିବ । ବିଭାଗ ତାର ଅନୁଧ୍ୟାନ କରିବ ଏବଂ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ । ଏହି ପ୍ରସଙ୍ଗରେ ପ୍ରଶ୍ନ କରି ଉଦବେଗ ପ୍ରକାଶ କଲେ ବାରବାଟୀ ବିଧାୟିକା । 5T ସ୍କୁଲ ରୂପାନ୍ତରିତ ପାଇଁ କେତେ ଖର୍ଚ୍ଚ ହୋଇଛି ସୋଫିଆଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି, 5Tରେ ରୂପାନ୍ତରିକରଣ ପାଇଁ ଖର୍ଚ୍ଚ ହୋଇଛି ୩ ହଜାର କୋଟି । କମ୍ପୁଟର ଶିକ୍ଷା ଦିଆଯାଉଛି । ୨୦-୨୧ ବର୍ଷରେ ୨୧ ଲକ୍ଷ ୯ ହଜାର ୭୯୬ ପିଲା ଥିବା ବେଳେ ୨୩-୨୪ରେ ୨୧ ଲକ୍ଷ ୧୦ ହଜାର ୪୯୩ ପିଲା ଥିଲେ । ଯେଉଁ ଯେଉଁ ସ୍ଥାନରେ 5Tରେ ଦୁର୍ନୀତି ହୋଇଛି, ସେ ସବୁକୁ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦେଶ ଦେବାକୁ ଦାବି କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି । ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଗୁରୁତର ସହ ବିଭାଗ ବିଚାର କରୁଛି, ଯଦି ଆବଶ୍ୟକ ପଡେ, ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଲେ ବିଭାଗ ବିଚାର କରିବ ବୋଲି ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
