ରାଜ୍ୟରେ ଖୋଲିବ ଆଉ ୫୬ଟି ସିଭିଲ କୋର୍ଟ

ରାଜ୍ୟରେ ଖୋଲିବ ଆଉ ୫୬ଟି ସିଭିଲ କୋର୍ଟ

ରାଜ୍ୟରେ ଖୋଲିବ ଆଉ ୫୬ଟି ସିଭିଲ କୋର୍ଟ । ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।  ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ୫୬ଟି ନୂଆ କୋର୍ଟ ଖୋଲିବ ।  ଏହାସହ ୮୪୦ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି ।ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ ହେବ । ମୋଟ ୧୩ଟି ଜିଲ୍ଲାରେ ସ୍ଥାପନ ହେବ ନୂଆ ସିଭିଲ କୋର୍ଟ । ୨୦୨୨ରେ କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମୋଟ ୭୦୦ କୋର୍ଟ ରହିଛି ।  ଏଥିରେ ସିଭିଲ୍ ଓ କ୍ରିମିନାଲ କୋର୍ଟ ମଧ୍ୟ ସାମିଲ ରହିଛି ।  ଏହାସତ୍ତ୍ୱେ ରାଜ୍ୟରେ ୧୫ ଲକ୍ଷରୁ ଅଧିକ ମାମଲା ବିଚାରଧୀନ ରହିଥିଲା ।  ଏଥିରେ ୧୨ ଲକ୍ଷରୁ ଅଧିକ କେବଳ ଆପରାଧିକ ମାମଲା ରହିଥିଲା ।  କେବଳ ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୮୯ ହଜାର ମାମଲା ବିଚାରଧୀନ ରହିଛି ।