ଛତିଶଗଡ ରେ ଜାରି ରହିଛି ମାଓବାଦୀଙ୍କ ଆତ୍ମସମର୍ପଣ

କାଙ୍କେର ଜିଲ୍ଲାରେ ୫୧ ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ

ଛତିଶଗଡ ରେ ଜାରି ରହିଛି ମାଓବାଦୀଙ୍କ ଆତ୍ମସମର୍ପଣ । ଗତକାଲି କାଙ୍କେର ଜିଲ୍ଲାରେ 21 ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଆଜି ବିଜାପୁର ଜିଲ୍ଲାରେ ପୁଣି 51 ଜଣ ମାଓବାଦୀ ଲାଲ୍ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 9 ଜଣ ମହିଳା ଏବଂ 42 ଜଣ ପୁରୁଷ ନକ୍ସଲ ରହିଛନ୍ତି । ପୁର୍ବରୁ ଏମାନଙ୍କ ମୁଣ୍ଡ ଉପରେ ମୋଟ 66 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେଛତିଶଗଡ ସରକାର । ହେଲେ ଆତ୍ମସମର୍ପଣ ପରେ ସେମାନଙ୍କୁ ନାଲି କାର୍ପେଟ ବିଚ୍ଛାଇ ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଇଛି । ମାଓବାଦୀଙ୍କ PLGA ବାଟାଲିୟନ ସଦସ୍ୟ, ଏରିଆ କମିଟି ସଦସ୍ୟ, ପ୍ଲାଟୁନ ମେମ୍ବର ଓ RPC ଜନତାନା ସରକାର ଦଳର ସଦସ୍ୟ ରହିଛନ୍ତି । ପୋଲିସ ସୂତ୍ର ଅନୁଯାୟୀ 2025 ମସିହାରେ ଏପର୍ଯ୍ୟନ୍ତ 461 ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ 138 ଜଣ ମାଓବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ଏହା ସହ 485 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । 2024 ରୁ 25 ଗତ ଦୁଇ ବର୍ଷ ମଧ୍ୟରେ 650 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୁର୍ବରୁ ଛତିଶଗଡ ରେ 45 ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ରହିଥିବା ବେଳେ ବର୍ତ୍ତମାନ ସେଠାରେ ଆଉ ମାତ୍ର 6 ଜଣ ରହିଥିବା ନେଇ ସୁଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି । ମାଓବାଦୀଙ୍କ ଆତ୍ମସମର୍ପଣ ଧାରା ଜାରି ରହିଲେ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ସମୟ ସିମା ପୁର୍ବରୁ ହି ଛତିଶଗଡ ମାଓ ମୁକ୍ତ ହେବ ବୋଲି ବିଜାପୁର ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *